Saturday 23 January 2021

ସନ୍ଧ୍ୟା ସମୟରେ ଏହି ସ୍ଥାନରେ ଜାଳନ୍ତୁ ଦୀପ ଆଉ ଦେଖନ୍ତୁ ଏହାର ସୁପ୍ରଭାବ।

 ସନ୍ଧ୍ୟାରେ ଆମ ସମସ୍ତଙ୍କ ଘରେ ଦୀପ ଲଗା ହେଉଥିବ ଏହି ଦୀପର ବହୁତ ମହତ୍ୱ ରହୁଛି।ଆଉ ଏହା ଭଗବାଙ୍କ ଉଦ୍ଦେଶ୍ୟରେ ଲଗାଯାଏ।ଯାହାଫଳରେ ଦେବା ଦେବୀ ପ୍ରସନ୍ନ ହୁଅନ୍ତି।ଆଉ ଆମ ଉପରେ କୃପା ଦୃଷ୍ଟି ବନେଇ ରଖନ୍ତି।ଆଉ ଏହି ସମୟରେ ଥିବା ଆସୁରିକ ଶକ୍ତି ଓ ଖରାପ ପ୍ରଭାବ ସବୁ ଆମ ଘରକୁ ପ୍ରବେଶ କରି ପାରି ନଥାଏ।ଯାହାଦ୍ୱାରା ଆମ ପରିବାର ଗଣଙ୍କ ଭାଗ୍ୟ ସବୁ ସୁଖ ଓ ଶାନ୍ତି ଓ ସଂବୃଦ୍ଧିରେ ଭରିଯାଏ।ଆଉ ଆମକୁ ସବୁଦିନ ସନ୍ଧ୍ୟା ସମୟରେ ଦୀପ ଜାଳି ଭଗବାନଙ୍କ ଆଳତି କରିବା ଆବଶ୍ୟକ ହୋଇଥାଏ।


ଆଜି ଆମେ ଜାଣିବା ସନ୍ଧ୍ୟା ସମୟରେ କିପରି ଗୋଟେ ଦୀପ ଜାଳିବା ଦ୍ୱାରା ଆପଣ ନିଜର ସବୁ ସମସ୍ୟାର ସମାଧାନ କରି ପାରିବେ।ଆଜି ଆମେ ଜାଣିବା କିପରି କେଉଁ ଦୀପ ଜାଳିବା ଦ୍ୱାରା ଆମ ଘରେ ସୁଖ ଓ ସଂବୃଦ୍ଧି ବୃଦ୍ଧି ହୋଇଥାଏ ଆଜି ଆମେ ସେ ବିଷୟରେ ଜାଣିବା।ସେଥିପାଇଁ ଆମକୁ ବିଶେଷ କିଛି ଉପାୟ କରିବାକୁ ପଡିବ ଯେମିତି ଆପଣ ଘରର ମୁଖ୍ୟ ଦ୍ୱାରା ସମ୍ନା ପାଖରେ ୨ ପାର୍ଶ୍ଵରେ ୨ ଟି ଦିପ ଜାଳିବାକୁ ପଡିବ ଆଉ ସେ ଦୀପ ଘିଅ ଦୀପ ହେଇଥିବ ଆଵଶ୍ୟକ ଆଉ ଏହି ଉପାୟକୁ କାର୍ଯ୍ୟ କାରୀ ସନ୍ଧ୍ୟା ସମୟରେ କରିବାକୁ ଚେଷ୍ଟା କରିବେ।ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।ଆଉ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ଆମକୁ ପଇସାର କୌଣସି ଅଭାବ ରହିନଥାଏ।

ପୁରାଣ ମାନଙ୍କ ରେ ଏହାର ମାହାତ୍ମ୍ୟ ବିଷୟରେ ବର୍ଣ୍ଣିତ ରହିଛି ଓ ଘର ଅଗଣାରେ ଗୋଟେ ତୁଳସୀ ଗଛ ରହିବ ନିହାତି ଆବଶ୍ୟକ ଅଟେ କାରଣ ଏ ତୁଳସୀ ଗଛ ଆମ ଘରକୁ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଯା ଓ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ।ଆଉ ଏହି ଗଛକୁ ଆମେ ମା ବୃନ୍ଦାବତୀ ଭାବରେ ପୂଜା କରିଥାଉ।ଆମେ ସବୁ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ସୋରିଷ ତେଲର ଦୀପ ଜାଳିବା ନିହାତି ଆବଶ୍ୟକ ହୋଇଥାଏ।ଆଉ ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ଆମକୁ ମିଳିଥାଏ।

ଘରେ ଥିବା ଅନ୍ଧକାର ଓ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଯାକୁ ଦୁର କରିବା ପାଇଁ ଆପଣ ରାଶି ତେଲର ଦିପ ଘରେ ଜାଲିବା ଆଵଶ୍ୟକ ହୋଇଥାଏ।ଆପଣ ଏହି ଦୀପକୁ ଘରର ଛାତ ଉପରେ ଜାଳି ପାରିବେ।ଯଦି ଆପଣଙ୍କ ଗ୍ରହ ଚଳନ ରେ କିଛି ଅସୁବିଧା ଥାଏ ତାହେଲେ ଆପଣ ରାହୁ,କେତୁ ଗ୍ରହମାନଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ ତାହେଲେ ଆପଣ ନିଜ ଘର ପାଖରେ ଥିବା ଓସ୍ତ ଗଛ ମୂଳରେ ଦିପ ଜାଳିବା ଆଵଶ୍ୟକ ହୋଇଥାଏ।ଆପଣ ଦୀପ ଜାଳିବା ବେଳେ ଏତିକି ଧ୍ୟାନ ଦେବେ ରବିବାର ଦିନ ଏହି ଦୀପ ଜାଳିବେ ନାହିଁ କାରଣ ରବିବାର ଦିନ ଓସ୍ତ ଗଛର ପୂଜା କରିବା ଉଚିତ ନୁହେଁ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।