Saturday 23 January 2021

ଆପଣ ଠକାମୀରେ ପଡ଼ି ପାରନ୍ତି - fastag ଆମେ କେମିତି କିଣିବା ଏବଂ କେଉଁଠୁ କିଣିବା ।

 


ପ୍ରଥମେ ଆପଣଙ୍କୁ ଆମେ ସ୍ବାଗତ କରୁଛୁ । ଆମେ ଆଜି ଆପଣଙ୍କୁ ଏଭଳି ଏକ ଖବର ଜଣେଇବୁ ଯାହା ଯଦି ଆପଣ ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଅତି ଜରୁରୀ ଓ ଆବଶ୍ୟକ । 


ଭାରତ ସରକାର ଏବେ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ଯେଉଁ ନିୟମ କି ଯଦି ଆପଣ ପାଳନ ନକରିବେ ତେବେ ଆପଣ ଆପଣଙ୍କ ଗାଡ଼ିର ଇନ୍ସୁରାନସ୍ କରି ପାରିବେ ନାହିଁ ଏବଂ ଯଦି ଆପଣଙ୍କର ଇନ୍ସୁରାନସ୍ ଅଛି କିନ୍ତୁ ଦୁର୍ଘଟଣା ହେଲେ କ୍ଲେମ୍ କରି ପାରିବେ ନାହିଁ । ଠିକ୍ ସେମିତି ଯଦି ଆପଣଙ୍କ ଗାଡ଼ି କମର୍ସିଆଲ ଅଛି ତେବେ ଗାଡ଼ିର ଫିଟନେସ କରିପାରିବେ ନାହିଁ ।

ଆପଣଙ୍କର ଯଦି ଚାରି ଚକିଆ ଯାନ ଅଛି ତେବେ ଆପଣଙ୍କର fastag କିଣିବା ଜରୁରୀ ଅଟେ । 
କିନ୍ତୁ ଆପଣ ଯଦି ସଠିକ୍ ଜାଗାରୁ କିଣୁ ନାହାନ୍ତି ତେବେ ଠକାମୀରେ ପଡ଼ି ପାରନ୍ତି ।

ଆଜି ଆମେ ଜାଣିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର fastag ଆମେ କେମିତି କିଣିବା ଏବଂ କେଉଁଠୁ କିଣିବା । 

ବଜାରରେ ଅନେକ ଲୋକ ଏବଂ ଅନେକ ଜାଗାରେ ଆପଣଙ୍କୁ ଷ୍ଟେଟ୍ ବ୍ୟାଙ୍କର fastag ମିଳିବ କିନ୍ତୁ ସେସବୁ ଜାଗାରୁ କିଣିବା ଦ୍ଵାରା ଆପଣ ଠକାମୀରେ ପଡ଼ି ପାରନ୍ତି କାରଣ ତାହା ନକଲି ହୋଇଥାଇ ପାରେ କିମ୍ବା ତାହା ଆପଣଙ୍କ ଗାଡ଼ି ସହିତ ଲିଙ୍କ୍ ନଥାଇ ପାରେ । 

ତେଣୁ ଆପଣ ଯଦି sbi fastag କିଣିବାକୁ ଚାହୁଛନ୍ତି ତେବେ ପ୍ରଥମେ sbi fastag ଅଫିସିଆଲ୍ ସାଇଟ୍ କୁ ଯାଆନ୍ତୁ ।

https://fastag.onlinesbi.com


ଉପରେ ଲେଖାଥିବା pos/agent locations କୁ କ୍ଲିକ୍ କରନ୍ତୁ ।


ତାପରେ ଡାହାଣ ପଟେ search ଜାଗାରେ ନିଜ ରାଜ୍ୟର ନାମ କିମ୍ବା ଜିଲ୍ଲାର ନାମ ଲେଖନ୍ତୁ ।



ଏବେ ଦେଖିବେ ସମସ୍ତ ଏଜେନ୍ଟ ମାନଙ୍କର ଲିଷ୍ଟ ଆପଣଙ୍କ ସାମ୍ନାକୁ ଆସିଯିବ । 

ତାହା ଭିତରୁ ଆପଣଙ୍କ ନିକଟସ୍ଥ ଏଜେନ୍ଟଙ୍କ ସହିତ ଯୋଗାଯୋଗ କରି ଆପଣ ନିଜ ଗାଡ଼ି ପାଇଁ fastag କିଣି ପାରିବେ । 


ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସୁଛି ତେବେ ଲାଇକ୍ ଓ ସେୟାର ନିଶ୍ଚୟ କରିବେ ।