Friday 26 February 2021

ଆରାଧ୍ୟ ଦେବୀ ମା ପେଟେଇ ଚଣ୍ଡି |

 


ନୟାଗଡ଼ ଜିଲ୍ଲାର ବନ୍ତଳା ଗ୍ରାମ ନିକଟରେ ଅବସ୍ଥିତ ଆରାଧ୍ୟ ଦେବୀ ମା ପେଟେଇ ଚଣ୍ଡି । ଏଠାକୁ ଜିଲ୍ଲାର ପୁରପଲ୍ଲୀରୁ ଏବଂ ଜିଲ୍ଲା ବାହାରୁ ମଧ୍ୟ ପ୍ରତେକ ଦିନ ଶହ ଶହ ଭକ୍ତ ଆସିଥାନ୍ତି । କେହି କେହି ମା ପେଟେଇ ଚଣ୍ଡିଙ୍କୁ ମା ଭୁଆସୁଣୀ ନାମରେ ମଧ୍ୟ କୁହନ୍ତି । 

ଭକ୍ତ ମାନଙ୍କ କହିବା କଥା ମାଙ୍କ ପାଖରେ ଯଦି କିଛି ମନାସିବ ତେବେ ମା ମନସ୍କାମନା ନିଶ୍ଚୟ ପୂରଣ କରନ୍ତି । କେହି ନିଜ ପୁଅ, ଝିଅର ବାହାଘର ପାଇଁ ମନାସି ଥାନ୍ତି, ଆଉ କେହି ଭଲ ଚାକିରୀ ପାଇଁ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ କହିବା କଥା ଏଠାରେ ମା ଙ୍କୁ ଆମେ ଅନେକ ବର୍ଷ ହେଲା ଦେଖି ଆସୁଛୁ ଏବଂ ଆଜି ପର୍ଯ୍ୟନ୍ତ ମା ଆମକୁ କେବେ ବି ନିରାଶ କରିନାହାଁନ୍ତି । 

ଭକ୍ତ ମାନଙ୍କ କହିବା କଥା ଯଦି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦିଅନ୍ତା ତେବେ ଏହି ମନ୍ଦିର ଏବଂ ଏ ଅଞ୍ଚଳ ର ଅନେକ ଉନ୍ନତି ହୋଇ ପାରନ୍ତା ଏବଂ ଏଠାକୁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଆଗମନ ଅଧିକ ହୁଅନ୍ତା । 

ଏହି ମନ୍ଦିର ଠାରୁ ଅଳ୍ପ ଦୂରରେ ନୟାଗଡ଼ ଠାରେ ମା ଦକ୍ଷିଣ କାଳି ଓ ଜଗନ୍ନାଥଙ୍କ ମନ୍ଦିର ଅଛି, ଠିକ୍ ସେହିଭଳି ସରଣକୁଳ ଲଡୁ ବାବା, ଓଡ଼ଗାଁ ରଘୁନାଥ ମନ୍ଦିର ଓ ବାହାଡାଝୋଲା ନିକଟରେ ଥିବା ପ୍ରଭୁ ଦୂତିକେଶ୍ୱର୍ ମନ୍ଦିର, ଏହି ମନ୍ଦିର ଠାରୁ ଅତି ନିକଟରେ ହୋଇଥିବାରୁ ଯଦି ପ୍ରଶାସନ ଆଗ୍ରହ ଦେଖାଇବ ତେବେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ହୋଇ ପାରନ୍ତା ଏବଂ ଏ ଅଞ୍ଚଳର ଉନ୍ନତି ହୋଇ ପାରନ୍ତା ।