Friday 22 January 2021

ଶୋଇବା ପୂର୍ବରୁ କେବେବି କରନ୍ତୁ ନାହିଁ ଏହି ୫ଟି କାମ, ହେବେ ବର୍ବାଦ Advise before bed

 

ବନ୍ଧୁଗଣ ଆମେ ଲକ୍ଷେ ଚେଷ୍ଟା କରି ବା ପରିଶ୍ରମ କରି ମଧ୍ୟ ଆମେ ଜାଣି ନଥାଉ କି କିଛି ଭୁଲ କାର୍ଯ୍ୟ ଆମକୁ ପଛକୁ ଟାଣିଥାଏ । ଏହି କାର୍ଯ୍ୟ ସବୁ କରିବା ଦ୍ଵାରା ସେହି ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ବଢି ଯାଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ର ବୃଦ୍ଧି ଅଟକି ଯାଇଥାଏ । ଘରେ ନକରତ୍ମକ ଉର୍ଜ୍ଜା ବଢିବା କାରଣରୁ ସେହି ଘରେ ସବୁବେଳେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଲାଗିରହିଥାଏ । ଆର୍ଥିକ ସମସ୍ୟା ହେବା କାରଣରୁ ସେହି ଘରେ ସବୁ ପ୍ରକାରର ଚିନ୍ତା ମଧ୍ୟ ବଢିଥାଏ ।


ଆଜିର ଜୀବନରେ ସବୁ ସମସ୍ୟା ଆର୍ଥିକ ରୂପରେ ଯୋଡି ହୋଇଥାଏ । ଯଦି ଆମ ପାଖରେ ପର୍ଯ୍ୟାପ୍ତ ଧନ ଅଛି ତେବେ ଆମ ଘରେ କିଛି ବି ପ୍ରକାରର ସମସ୍ୟା ଆସିନଥାଏ । ଅଶାନ୍ତି ଓ ଝଗଡା ମଧ୍ୟ ସେହିଠାରେ ହୋଇଥାଏ ଯେଉଁଠାରେ ପଇସା କୁ ନେଇ କିଛି ସମସ୍ୟା ରହିଥାଏ । 


ତେଣୁ ଘରୁ ନକରତ୍ମକ ଉର୍ଜ୍ଜା କୁ ହଟାଇବା ପାଇଁ କିଛି କଥା ବିଷୟରେ ଆଲୋଚନା କରିବା ।


୧) ଶୋଇବା ପୂର୍ବରୁ ଘରର ଅଇଁଠା ବାସନ ସଫା କରି ଦିଅନ୍ତୁ । କାରଣ ରାତି ସାରା ଅଇଁଠା ବାସନ ଘରେ ରଖିବା ଦ୍ଵାରା ଘରେ ଅଶାନ୍ତି ଓ ରୋଗ କୁ ନିମନ୍ତ୍ରଣ ଦେଇଥାଏ । ଅଇଁଠା ବାସନ ଦ୍ଵାରା ଘରେ ନକରାତ୍ମକ ଉର୍ଜ୍ଜା ମଧ୍ୟ ବଢିଥାଏ । ତେଣୁ ରାତିରେ ଖାଇ ସାରିବା ପରେ ବାସନ ସବୁ ସଫା କରି ଧୋଇ ରଖନ୍ତୁ ।



୨) ରାତି ରେ ଶୋଇବା ପୂର୍ବରୁ ବା ସୂର୍ଯ୍ୟ ଅସ୍ଥ ହେବ ପରେ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦୁଧ ବା ଦହି ମାଗିଥାନ୍ତି ତେବେ ସେହି ବ୍ୟକ୍ତି ଏହା ଦିଅନ୍ତୁ ନାହିଁ । ଦୁଧ ଏବଂ ଦହି କୁ ଘରର ଲକ୍ଷ୍ମୀ ଙ୍କ ସହ ଯୋଡା ଯାଇଥାଏ । ଏହା କରିବା ଦ୍ଵାରା ସେହି ଘରର ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ସହ ଚାଲି ଯାଇଥାନ୍ତି । ଏବଂ ଆପଣଙ୍କ ଘରେ ସର୍ବଦା ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।



୩) ରାତିରେ ଶୋଇବା ବେଳେ ଘରର ମହିଳା ମାନେ ନିଜ ସୁବିଧା ଓ ଆରମ ହେତୁ କେସ ଖୋଲି ସୋଇଥାନ୍ତି । ତେଣୁ ସେହି ଘରକୁ ନକରାତ୍ମକ ଉର୍ଜ୍ଜା ଟାଣି ହୋଇ ଆସିଥାଏ । ତେଣୁ ଘରର ମହିଳା ମାନେ ରାତିରେ ଶୋଇବା ସମୟରେ କେଶ ବାନ୍ଧିକି ଶୁଅନ୍ତୁ ।


୪) ରାତିରେ ଶୋଇବା ପୂର୍ବରୁ କେବେ ବି ଘରେ ଝାଡୁ ଲଗାନ୍ତୁ ନାହିଁ । କାରଣ ଏହା କୁହାଯାଏ ଯେ ଘରେ ରାତିରେ ଝାଡୁ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଘରେ କେବେ ବି ଝାଡୁ ମରନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଝାଡୁ ମାରି ଘର ସଫା କରି ପାରିବେ । ଶୋଇବା ବେଳେ ଝାଡୁକୁ ଦକ୍ଷିଣ ଦିଗରେ ରଖନ୍ତୁ । ଏହା ଦ୍ଵାରା ଘରେ ଧନ ଲକ୍ଷ୍ମୀ ର ଭଣ୍ଡାର ହୋଇଥାଏ ।



୫) ରାତିରେ ଶୋଇବା ବେଳେ ସମସ୍ତେ ପାଖରେ ପାଣି ରଖି ସୋଇଥାନ୍ତି । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ପାଣି କୁ ନିଜ ସମାନ ଭାଗରେ ରଖି ଶୁଅନ୍ତୁ । ପାଣି କୁ ଆପଣ ଙ୍କଠୁ ଉପରେ ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଦ୍ଵାରା ଆପଣଙ୍କ ଘରେ ଆର୍ଥିକ ଅସମାନତା ଆସିଥାଏ ।


ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।